ପୁରା ଖବର ବିଷୟରେ



ଗାୟତ୍ରୀ ପରିବାର ଗୁଡାରି ପକ୍ଷରୁ ରାଷ୍ଟ୍ରୀୟ ତରୁପୁତ୍ର ମହାଯଜ୍ଞ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sep 6 2021 5:27PM
(ଗୁଡାରି ରୁ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ମଧୁବନ ଗ୍ରାମପଞ୍ଚାୟତ ବାଇନଗୁଡାର ଐତିହାସିକ ଗୁଡାରି ଗଡ଼ ପ୍ରତକ୍ଷ ଦେବୀ ମା ମାଣିକେଶ୍ବରୀ ମନ୍ଦିର ପରିସରରେ ଗୁଡାରି ଗାୟତ୍ରୀ ପରିବାର ପକ୍ଷରୁ ରାଷ୍ଟ୍ରୀୟ ତରୁପୁତ୍ର ମହାଯଜ୍ଞ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ ମହାଯଜ୍ଞରେ ଗାୟତ୍ରୀ ପରିବାର ରାୟଗଡା ଜୋନ ପ୍ରଭାରୀ ଶ୍ରୀ ନରେନ୍ଦ୍ର ପ୍ରସାଦ ସିଂ, ଜିଲ୍ଲା ସଂଯୋଜକ ଶ୍ରୀ ସୁଧୀର କୁମାର ମିଶ୍ର, ପାରିବ୍ରାଜକ ଶ୍ରୀ ଓ ଶ୍ରୀମତୀ ସୁରେଶ ଦାସ, ସମ୍ବା ମୂର୍ତ୍ତି, ପ୍ରଳୟ ସାହୁ ଉପସ୍ଥିତ ରହି ଏକ କୁଣ୍ଡିୟ ମହାଯଜ୍ଞ, ବୃକ୍ଷ ରୋପଣ ଓ ବୃକ୍ଷର ଉପକାରିତା ସମ୍ୱନ୍ଧରେ ଜନ ସଚେତନ କରାଇବା ସହ ବୃକ୍ଷକୁ ପୂଜା ଅର୍ଚନା ସହ ଯଜ୍ଞାଧିଭିଷେକ କରାଯାଇ ମୁଖ୍ୟ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ଗୁଡାରି ଶ୍ରୀ ଗଙ୍ଗାଧର ମିଶ୍ର ବୃକ୍ଷ ରୋପଣ କରିଥିଲେ l ଏହି ପରିପେକ୍ଷୀରେ ଗୁଡାରି ଗାୟତ୍ରୀ ପରିବାର ପରିଚାଳକ ଶ୍ରୀ ହରିହର ମହାରଣା, ମହାଯଂଜ୍ଞର ସମସ୍ତ ପରିଚାଳନା କରିଥିବା ବେଳେ ଗୁଡାରିର ମାନ୍ୟଗଣ୍ୟ ବ୍ୟକ୍ତି ଗଣପତି ପ୍ରସାଦ ପାଠୀ,ଡ଼ି ଗାନ୍ଧୀ ରାଓ, ସୁବାସ ଗୌଡ଼, ପ୍ରଫୁଲ୍ଲ ପାଢ଼ୀ, ଶ୍ରୀନିବାସ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ l