ପୁରା ଖବର ବିଷୟରେ



ରାୟଗଡ଼ ଗୁରୁଦିବସରେ ଗୁରୁଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ

Sep 6 2021 3:25PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ ଜିଲ୍ଲା ସ୍ତରୀୟ ଗୁରୁଦିବସ ଅବସରରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ରାୟଗଡ଼ା ଜିଲ୍ଲାରେ ବିଭିନ୍ନ ବ୍ଲକରେ ଗତ ଏକ ବର୍ଷ ମଧ୍ୟରେ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି " ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଦଡେରେସନ୍ ର ରାୟଗଡ଼ା ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷଠାରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସରୋଜ କୁମାର ମିଶ୍ର ଯୋଗ ଦେଇଥିଲେ " ଅନ୍ୟତମ ଅତିଥି ରୂପେ ରାଜ୍ୟ ଆଞ୍ଚଳିକ ସଂଘ ସଂପାଦକ ସୁରେନ୍ଦ୍ର କୁମାର କୁଲଦୀପ ସଂଘ ଉପଦେଷ୍ଟା ଅନନ୍ତ ଚରଣ ରଥ , ଜିଲ୍ଲା ସଂଘ ସଭାପତି ଅଜିତ କୁମାର ଚୌଧୁରୀ ଓ ଜିଲ୍ଲା ସମ୍ପାଦକ ନିଲାଞ୍ଚଳ ମିଶ୍ର ମଞ୍ଚାସୀନ ଥିଲେ " କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡ଼ଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦ୍ୱୀପ ପ୍ରଜ୍ୱଳନ କରାଯାଇଥିଲା " ଜିଲ୍ଲାପାଳ ଶ୍ରୀ ମିଶ୍ର ସମାଜରେ ପିତା ମାତାଙ୍କ ଭଳି ଗୁରୁଙ୍କ ସ୍ଥାନ ସଭିଙ୍କ ଉର୍ଦ୍ଧରେ , ପ୍ରାଥମିକ ଶିକ୍ଷକ ଶିଶୁଙ୍କ ତ୍ମଳଦିଆ ଗଠନ କରନ୍ତି ବୋଲି କରିଥିଲେ " ଶିକ୍ଷକଙ୍କୁ ଦକ୍ଷ , କୁଶଳୀ ଓ ପିଲାଙ୍କ ପାଇଁ ଉଦାହରଣ ସଜିବା ନିମନ୍ତେ ପ୍ରବର୍ତ୍ତାଇଥିଲେ " ବିଷୟ ବସ୍ତ ସହ ପିଲାଙ୍କୁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଜୀବନ କୌଶଳ ଶିକ୍ଷା ପ୍ରେରଣାତ୍ମକ ଶିକ୍ଷା ସହ ପିଲାଙ୍କୁ ଅନୁସନ୍ଧିତ୍ସୁ କରିବା ଦ୍ୱାରା ଭବିଷ୍ୟତରେ ସୁଗୁଣବାନ ଓ ଦକ୍ଷ ମଣିଷଟିଏ ତିଆରି କରିପାରିବେ ବୋଲି କହିଥିଲେ। ଜିଲ୍ଲାର ଲିଙ୍ଗଗତ ଭେଦଭାବ ନିରକ୍ଷରତା ଦୂର କରିବା ସହ ସ୍ୱାକ୍ଷରତା ହାର ବୃଦ୍ଧିରେ ସହାୟକ ହେବା ନିମନ୍ତେ ଆହ୍ବାନ କରିଥିଲେ। ଜିଲ୍ଲାର ବିଭିନ୍ନ ବ୍ଳକର ୪୦ ଜଣ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ପୁଷ୍ପ ଗୁଛ, ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଉକ୍ତ ବୈଠକକୁ ସଂପାଦକ ଶ୍ରୀ ନୀଳାଞ୍ଚଳ ମିଶ୍ର ପରିଚାଳନା କରିବା ସହ ସଂଘ ର ଆଭିମୂଖ୍ୟ ଏବଂ ବିବରଣୀ ପାଠ କରି ଧନ୍ୟବାଦ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ତ୍ରିପତି ପଣ୍ଡା , ପ୍ରମୋଦ ପାଣିଗ୍ରାହୀ , ସୁଶାନ୍ତ ସ୍ଵାଇଁ , ତ୍ରିନାଥ ବାଉରୀ , ଉତମ ଜେନା , ଉମାଶଙ୍କର ପଣ୍ଡା , ମହେନ୍ଦ୍ର ବାଗ , ସନନ୍ଦ ବେନିଆ , ପ୍ରବିଣ ରଥ , ଦିପକ ରାଉତ, ବି ସୁଜାତା , ପ୍ରମୁଖ ସହଯୋଗ କରିଥିଲେ