ପୁରା ଖବର ବିଷୟରେ



ରାୟଗଡ଼ ଜିଲ୍ଲାପାଳ ଙ୍କ ଦ୍ଵାରା ରାୟଗଡା ଜିଲ୍ଲାରେ ଗୋଷ୍ଠୀ ପାଠାଗାରର ଶୁଭାରମ୍ଭ

Sep 6 2021 12:36PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ସମସ୍ତେ ପାଠ ପଢିବା ଆବଶ୍ୟକ ଓ ପାଠ ପଢିଲେ ହିଁ ଆମ ସମାଜ ଆଗକୁ ଯାଇ ପାରିବ :ଜିଲ୍ଲାପାଳ ଗୁଣିଗାରେଡି ଓ ଝାଡ ଫୁ inଙ୍କା ଉପରେ ଭରସା ନ କରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଖାନାକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ରାୟଗଡ଼ : ଗୁରୁଦିବସ ପାଳନ ଅବସରରେ ରାୟଗଡା ବ୍ଲକର ରାମଚନ୍ଦ୍ରପୁର ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଙ୍କ ଦ୍ଵାରା ଗୋଷ୍ଠୀ ପାଠାଗାରର ଶୁଭାରମ୍ଭ ହୋଇ ଯାଇଛି । ଏହି ଅବସରରେ ରାମଚନ୍ଦ୍ର ପୁର ଗ୍ରାମର ବିଭିନ୍ନ ବ୍ୟକ୍ତି ବିଶେଷ ଏହି ଗୋଷ୍ଠୀ ପାଠାଗାର ପାଇଁ ନିଜ ପାଖରେ ଥିବା ବିଭିନ୍ନ ପୁସ୍ତକ ଯେପରିକି ବର୍ଣ ବୋଧ, ପୁରାଣ ବହି, ଭାଷାକୋଷ ବହି, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପୁସ୍ତକ, ଯୋଗ ଶିକ୍ଷା ସମ୍ବନ୍ଧୀୟ, ବିଭିନ୍ନ ରୋଗରୁ ରକ୍ଷା ପାଇବା ନିମନ୍ତେ ପ୍ରତିକାର ପୁସ୍ତକ ଭଳି ଅନେକ ପୁସ୍ତକ ଜିଲ୍ଲାପାଳଙ୍କ ମାଧ୍ୟମରେ ଗୋଷ୍ଠୀ ପାଠାଗାର ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଜିଲ୍ଲାପାଳ ସମସ୍ତେ ପାଠ ପଢିବା ସହିତ ନିଜ ଅଞ୍ଚଳରେ ଯେପରି ସବୁ ପିଲା ନିୟମିତ ବିଦ୍ୟାଳୟକୁ ଯିବେ ସେଥିପ୍ରତି ବାପା ମା ଓ ଯୁବକ ମାନେ ଗୁରୁତ୍ଵ ଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାପାଳଙ୍କ ରାମଚନ୍ଦ୍ର ପୁର ଗ୍ରାମକୁ ପ୍ରଥମ ଗସ୍ତ ଯୋଗୁଁ ଗ୍ରାମବାସୀ ଆନନ୍ଦ ମନରେ ଜିଲ୍ଲାପାଳଙ୍କୁ ନିଜ ଆଞ୍ଚଳିକ ଭାଷାରେ ଗୀତ ଗାଇ ହୁଳହୁଳି ଦେଇ ସ୍ଵାଗତ କରିଥିଲେ। ଗୋଷ୍ଠୀ ପାଠାଗାର ର ଉଦ୍ଦେଶ୍ୟ ହେଲା ସମସ୍ତେ ପଢିବେ ଏବଂ ନିଜେ ପଢି ସାରିଲା ପରେ ଅନ୍ୟ ମାନେ ସେହି ବହି ଗୁଡିକ ପଢିବେ ଫଳରେ ଜ୍ଞାନର ଆଦାନ ପ୍ରଦାନ ହେବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ନିଜ ଗ୍ରାମରେ ସମସ୍ତେ ଖାଇବା ପୂର୍ବରୁ ହାତ ଧୋଇବେ ନିୟମିତ, ଓ ସବୁବେଳେ ପାଇଖାନା ବ୍ୟବହାର କରିବେ । ସମସ୍ତେ କରୋନା ଟୀକା ନେବେ ଏବଂ କରୋନା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବେ ଫଳରେ କରୋନା ମହାମାରୀରୁ ସମସ୍ତେ ସୁରକ୍ଷିତ ରହି ପାରିବା ବୋଲି ଆହ୍ଵାନ ଦେଇଥିଲେ । ପ୍ରତ୍ୟେକ ଗର୍ଭବତୀ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ, ଡାକ୍ତରଖାନାରେ ପ୍ରସବ କରାଇବେ ଫଳରେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ କୁ ରୋକି ପାରିବା ଏବଂ ଏଥି ପାଇଁ ଆମ ସମସ୍ତଙ୍କ ଦାୟୀତ୍ଵ ରହିଛି । ଗୁଣିଗାରେଡି, ଚେଙ୍କ , ଝାଡ ଫୁଙ୍କ ଭଳି ବ୍ୟବସ୍ଥା ପ୍ରତି ଧ୍ୟାନ ନ ଦେଇ ଯଦି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟା ଦେଖା ଦେଉଛି ତେବେ ତୁରନ୍ତ ଡାକ୍ତରଖାନା ଯାଇ ପରୀକ୍ଷା କରାଇବା ଓ ଔଷଧ ଖାଇବା ଫଳରେ ଆମର ଅନେକ ଜୀବନ ସୁରକ୍ଷିତ ରହି ପାରିବ ତେଣୁ ସମସ୍ତେ ଏହି ଦିଗରେ ଗୁରୁତ୍ଵ ଦେବାକୁ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ । କିଶୋରୀ ଓ କିଶୋର ମାନେ ପାଠ ପଢିବେ ଓ ନିଜ ଗୋଡରେ ଠିଆ ହେବେ ତେଣୁ ସମସ୍ତ କିଶୋରୀ ଓ କିଶୋର ମାନଙ୍କ ଉନ୍ନତି ପାଇଁ ସମସ୍ତେ ଏକଜୁଟ ହେବାକୁ ଗ୍ରାମବାସୀ ମାନଙ୍କୁ ଜିଲ୍ଲାପାଳ କହିଥିଲେ । ରାୟଗଡା ଜିଲ୍ଲାରେ ଅନେକ ପିଲା ପାଠ ପଢି ଅନେକ ବଡ ପଦବୀରେ ରହିଛନ୍ତି ଓ ସଫଳ ବ୍ୟବସାୟୀ ହୋଇଥିବାର ଉଦାହରଣ ମଧ୍ୟ ରହିଛି ତେଣୁ ଆମ ପିଲା ମାନେ ମଧ୍ୟ ହୋଇ ପାରିବେ କିନ୍ତୁ ବାପା ମା ହିସାବରେ ଆମେ ମଧ୍ୟ ସେମାନଙ୍କୁ ନିୟମିତ ପଢିବା ପାଇଁ ସୁଯୋଗ ଦେବାକୁ ହେବ । ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲା ବେଳେ ସମନ୍ଵିତ ଶିଶୁ ବିକାଶ ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ, ରାୟଗଡା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ମୀନାକ୍ଷୀ ଦାଶ, ଜିଲ୍ଲା ପୁଷ୍ଟି କାର୍ଯ୍ୟକ୍ରମ ପରିଚାଳିକା ଶ୍ରୀମତୀ ସ୍ନେହଲତା ପାଢୀ, ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ, ଶିଶୁ ବିକାଶ ପ୍ରକଳ୍ପର ସମସ୍ତ ପରିଦର୍ଶିକା, ଅଙ୍ଗନବାଡି କର୍ମୀ ମାନେ ଯୋଗଦେଇଥିଲେ ।