ପୁରା ଖବର ବିଷୟରେ



ରାୟଗଡ଼ା ଜିଲ୍ଲାପାଳଙ୍କ ରାୟଗଡ ବ୍ଲକର ଗସ୍ତ l ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ l

Sep 4 2021 5:02PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡା ଜିଲପାଳ ଶ୍ରୀ ସରୋଜ କୁମାର ମିଶ୍ର ରାୟଗଡ ବ୍ଲକର ଗସ୍ତ କରି ବିଭିନ୍ନ ଉନ୍ନୟନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ l ଗୁମ୍ମା ଗ୍ରାମ ପଞ୍ଚାୟତର ପ୍ରଥମେ ଗସ୍ତ କରି ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚିଥିଲେ ସେଠାରେ ଶିଶୁ ମାନଙ୍କ ନିମନ୍ତେ ଥିବା ଦ୍ରବ୍ୟ ଉପକରଣ ବିଷୟରେ ଉପାଦେୟତା ଉପରେ ଆଲୋଚନା କରିଥିଲେ l ଅଙ୍ଗନବାଡି କେନ୍ଦ୍ରରେ ଉପସ୍ଥିତ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ବ୍ୟାଙ୍କ ଲୋନ ନେଇ ବେପାର ବାଣିଜ୍ୟ କରିବାକୁ ପରାମର୍ଶ ଦେଇଥିଲେ , ବାହାର ଲୋକ ଆସି ସଦସ୍ୟା ମାନଙ୍କୁ ହଇରାଣ କରୁଥିବା ଜାଣି କେବଳ ସରକାରୀ କର୍ମଚାରୀ ମାନଙ୍କୁ ବିଶ୍ୱାସ କରିବାକୁ କହିଥିଲେ l ଅଙ୍ଗନବାଡି କେନ୍ଦ୍ରରେ ଛତୁଆ, ଅଣ୍ଡା ବଣ୍ଟଯାଉଛି କି ନାହିଁ ପଚାରି ବୁଝିଥିଲେ l ଗୁମା ଆଟିଆଇ କୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ହସ୍ତାନ୍ତର କରିବାକୁ ନିର୍ଦେଶ ଦେଇଥିଲେ l କୋଭିଡ ଟୀକା ନେଇନଥିବା ବ୍ୟକ୍ତି ମାନଙ୍କୁ ସଚେତନ କରି ଟୀକା କରଣ କରିବାକୁ ସରପଞ୍ଚ ଓ ଅଙ୍ଗନବାଡି କର୍ମୀଙ୍କୁ ପରାମର୍ଶ ଦେଇଥିଲେ l ଏହାପରେ ଗୁମ୍ମା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟରେ ଥିବା ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ସହିତ ସର୍ବନିମ୍ମ ଶିକ୍ଷଣୀୟ ସ୍ଥର ବିଭିନ୍ନ ପ୍ରଶ୍ନ ପଚାରିଥିଲେ l ଶିକ୍ଷକ ଶିକ୍ଷତ୍ରୀ ମାନଙ୍କୁ ପାଠ ପଢା ଉପରେ ଧ୍ୟାନ ଦେବାକୁ ନିର୍ଦେଶ ଦେଇଥିଲେ l ଉଚ୍ଚ ବିଦ୍ୟାଳୟର ପରିସ୍ରା ଗାର ଅନୁଧ୍ୟାନ କରିଥିଲେ l ଏହାପରେ ଖମ୍ବେସୁ ଗସ୍ତ କରି ସେଠାରେ ସୌର ଚଳିତ ପମ୍ପ ଯୋଗେ ପିଇବା ଯୋଗାଣ ପ୍ରକଳ୍ପ ଆନୁଧ୍ୟାନ କରୁଥିଲେ l ଖମ୍ବେସୀ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ସେଠାରେ ଥିବା ଶିଶୁ ମାନଙ୍କୁ ଚକଲେଟ ବାଣ୍ଟିଥିଲେ l ଗାଁରେ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଦିନଦୟାଲ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ଦକ୍ଷତା ବିକାଶ ତାଲିମ ଦେବା ପାଇଁ ଓଲେମ ଡିପିଏମଙ୍କୁ ନିର୍ଦେଶ ଦେଇଥିଲେ l ଗ୍ରାମର ଲୋକମାନେ ଅଭିଯୋଗ କରିଥିଲେ ଯେ ବିଦ୍ୟୁତ ସମସ୍ୟା ଯୋଗୁଁ ପିଲା ମାନେ ଠିକସ ପାଠ ପଢ଼ୁନାହାନ୍ତି ବୋଲି l ଗାଧୁଆ ଘର ଓ ଶୌଚାଳୟ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ l ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ପିଡି ଡ଼ିଆରଡ଼ିଏ, ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମୀ ନାରଣ ସାବତ, ଅତିରକ୍ତ ବିଡ଼ିଓ ଶ୍ରୀ ଯାଉଚରଣ ନାଏକ , ସିଡିପିଓ, ଏବଂ ଅନ୍ୟବ୍ୟ ଅଢିଜାରୀ ମାବେ ଉପସ୍ଥିତ ଥିଲେ l