ପୁରା ଖବର ବିଷୟରେ



ଧାମନଗର ସ୍ଵାସ୍ଥ୍ୟ କେନ୍ଦ୍ର ରେ ଅବହେଳିତ ସ୍ଵାସ୍ଥ୍ୟ ସେବାକୁ ନେଇ ଗଣମାଧ୍ୟମ ସାକ୍ଷାତକାର---

Sep 4 2021 9:39AM
( ଧାମନଗର ବ୍ଲକରୁ ରଞ୍ଜନ କୁମାର ମଲିକ ଙ୍କ ରିପୋର୍ଟ ) ଅପରାହ୍ନରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅନ୍ତର୍ଗତ ଜଳସେଚନ ବିଭାଗ ଡ଼ାକବଙ୍ଗଳା ରେ ଥିବା ଅତିଥି ଭବନରେ ଜୟ ଧାମନଗର ଯୁବକ ସଂଘ ଆହ୍ବାନ କ୍ରମେ ଏକ ଗଣମାଧ୍ୟମ ସାକ୍ଷାତକାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଗଣମାଧ୍ୟମ ସାକ୍ଷାତକାର ରେ ଜୟ ଧାମନଗର ଯୁବକ ସଂଘ ,ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅବହେଳିତ ସ୍ଵାସ୍ଥ୍ୟ ସେବା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଆଲୋଚନା କରିବା ସହିତ ସେମାନଙ୍କ ଦାବିଗୁଡିକୁ ଗଣମାଧ୍ୟମ ଆଗରେ ଉପସ୍ଥାପନ କରିଥିଲେ। ଯାହାକି ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ସ୍ତ୍ରୀ ରୋଗ ବିଶେଷଜ୍ଞ କିମ୍ଵା ଗୋଟେ ଶିଶୁ ରୋଗ ବିଶେଷଜ୍ଞ ନଥିଲା ବେଳେ ସାଧାରଣ ଖଟିଖିଆ ମୂଲିଆ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପ୍ରାଣ ବିକଳରେ ସୂଦୁର ଜାଜପୁର ଓ ଭଦ୍ରକ ମେଡିକାଲ କୁ ଯିବାପାଇଁ ବାଧ୍ୟ ହେଉଛନ୍ତି।ଏହାର ପ୍ରତିକାର ପାଇଁ ଜୟ ଧାମନଗର ଯୁବକ ସଂଘ ର ସଭାପତି ଶ୍ରୀ ଯୁକ୍ତ ଶକ୍ତିଦତ୍ତ ଦାଶ, ସମ୍ପାଦକ ଏମ୍.ଡି ନୂରାନୀ,ସନ୍ମାନୀତ ଅତିଥି ଶ୍ରୀ ଯୁକ୍ତ ବିରେନ୍ଦ୍ର ଜେନା,ସେକ କାଲା,ସେକ ହୋସେନ ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ତିବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଏହି ନାହିଁ ନଥିବା ଅସୁବିଧା ଗୁଡ଼ିକୁ ଗଣମାଧ୍ୟମ ଦ୍ବାରା ମାନ୍ୟବର ସରକାରଙ୍କ ଆଗରେ ଉପସ୍ଥାପନ କରିବା ପାଇଁ ଦୃଢୋକ୍ତି ପ୍ରଦାନ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।ଯଦି ଆଗାମି ଦିନରେ ଏହି ସମସ୍ୟା ଗୁଡିକର ସମାଧାନ ନହୁଏ ତେବେ ଜୟ ଧାମନଗର ଯୁବକ ସଂଘ ସହିତ ଅନ୍ୟାନ୍ୟ ସ୍ଵଛାସେବୀ ସଂଗଠନ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।