ପୁରା ଖବର ବିଷୟରେ



ରାୟଗଡ଼ ଗ୍ରାମୀୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ନାୟକଙ୍କ କେସିଂହପୁର ବ୍ଲକ ଗସ୍ତ "ଗ୍ରାମ ପଞ୍ଚାୟତ ଗୃହ ନିର୍ମାଣ ବିବାଦ ସମାଧାନ କରାଇଥିଲେ "

Sep 4 2021 9:32AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ : ରାୟଗଡା ଗ୍ରାମୀୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ ରାୟଗଡ଼ ଜିଲ୍ଲା ଅନ୍ତର୍ଗତ କଲ୍ୟାଣ ସିଂହପୁର ପଞ୍ଚାୟତ ସମିତି ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ l କାନ୍ଧକlତିପଡ଼ୁ ଗ୍ରାମ ପଞ୍ଚାୟତ ଯାଇ ସେଠାରେ ବହୁଦିନ ଧରି ପଡିରହିଥିବା ଗ୍ରାମ ପଞ୍ଚାୟତ ଗୃହ ନିର୍ମାଣ ବିବାଦକୁ ସମାଧାନ କରିବା ପାଇଁ ସରପଞ୍ଚ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରି ଥିଲେ l ବlଦବିବାଦ ଯୋଗୁଁ ଗ୍ରାମ ପଞ୍ଚାୟତ ଗଠନ ହେଵା ଦିନରୁ ଆଜି ପର୍ଯ୍ୟନ୍ତ ପଞ୍ଚାୟତ ଗୃହ ହେଇ ପାରୁନଥିଲା l ଗୃହ ନିର୍ମାଣ ବିବାଦ ମାମଲା ଅଦାଲତରେ ପହଞ୍ଚିଥିଲେ l ଶେଷରେ ପିଡିଡ଼ିଅlରଡ଼ିଏ ଶ୍ରୀ ନାଏକଙ୍କ ହସ୍ତକ୍ଷେପ ପରେ ଉଭୟ ସରପଞ୍ଚ ଓ ତାବକ ସମର୍ଥକ ତଥା ଆନ୍ୟ ଗ୍ରାମବାସୀଙ୍କ ନେଇ ହୋଇଥିବା ଆଲୋଚନା ପରେ ଅମିଗୁଡ଼ାର ଦାନ୍ତିଲିଙ୍ଗ ଠାରେ ଗୃହ ନିର୍ମାଣ କରିବାକୁ ସହମତି ହେଇଛନ୍ତି l ଏହାପରେ ପିଡି ଡ଼ିଆରଡ଼ିଏ ଶ୍ରୀ ନାଏକ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ l ମନୋରେଗା ଯୋଜନାରେ ନିର୍ମିତ ଗମାଚାନ୍ଦିନୀ,ଗ୍ରାମୀୟ ନିର୍ମାଣ ରାସ୍ତା ଠାରୁ କାର୍ଲକତା ରାସ୍ତା, ଅନୁଧ୍ୟାନ କରିଥିଲେ l ସେଠାରୁ ଥେରୁବାଲିରୁ ପାକଲି ମଧ୍ୟରେ ଓ ଅଡୁଗୁଡା ଠାରେ ଗାର୍ଡ ୱାଲ ନିର୍ମାଣ ପାଇଁ ବ୍ଲକ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ସେହିପରି କନ୍ଧକାତିପାଡ଼ୁ ଠାରେ ପର୍ଯ୍ୟଠନ କ୍ଷଟରେ ବିକାଶ କରିବାକୁ ସରପଞ୍ଚଙ୍କ ଦାବି ଉପରେ ପଦ୍ଧକ୍ଷେପ ନେବାକୁ ବ୍ଲକ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ପଳାମୀ ଗ୍ରାମ ପଞ୍ଚୟତରେ ମିଶିଥିବା କାନ୍ଧପlଡ଼ୁ ତିନିଟି ଗ୍ରାମକୁ କନ୍ଧ କାଟିପଡ଼ୁକୁ ଫେରାଇ ଅlଣୀକୁ ପଦ୍ଧକ୍ଷେପ ନେବା ପାଇଁ ବ୍ଲକ ଅଧିକାରୀ ମାନଙ୍କୁ କହିଥିଲେ l ଏହି ପରିଦର୍ଶନ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହକାରୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ, ଅନ୍ୟମାନେ ଅଧିକାରୀ ମାନେ ଉପସ୍ଥିତ ଥିଲେ l