ପୁରା ଖବର ବିଷୟରେ



କବି ମୋହନ ଚନ୍ଦ୍ର ପାଠାଗାରର ୧୭ତମ ବାର୍ଷିକ ଉତ୍ସବ

Sep 1 2021 8:51AM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍) ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତର ଆଦମପୁର ଗ୍ରାମରେ ସ୍ଥାପିତ ଜଗନ୍ନାଥ ସାହିତ୍ୟ ସଂସ୍କୃତି ପରିଷଦ ଓ କବି ମୋହନ ଚନ୍ଦ୍ର ପାଠାଗାରର ୧୭ତମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ପବିତ୍ର ଜନ୍ମାଷ୍ଟମୀ ଅବସରରେ କରୋନା କଟକଣାର ନିୟମାନୁସାରେ ପାଳିତ ହୋଇଯାଇଛି । ସମାଜସେବୀ ପ୍ରଭାତ କୁମାର ଜେନା ଉକ୍ତ ସଭାରେ ସଭାପତିତ୍ଵ କରିଥିଲେ । ଶିକ୍ଷକ ତଥା କବି ପ୍ରଫୁଲ୍ଲ କୁମାର ନାୟକଙ୍କ ସଂଚାଳନାରେ ମୁଖ ଅତିଥି ଭାବରେ କଣ୍ଠଶିଳ୍ପୀ ରୁଦ୍ର ମାଧବ ବାରିକ ଯୋଗ ଦେଇ ସମାଜ ଓ ସାହିତ୍ୟ ସଂପର୍କରେ ଆଲୋକପାତ କରିବା ସହ ଅନୁଷ୍ଠାନର ସଂପାଦକ ବର୍ଷିୟାନ କବି, ନାଟ୍ୟକାର ମୋହନ ଚନ୍ଦ୍ର ଖିଲାରଙ୍କ ସାହିତ୍ୟ ପାଇଁ ଉତ୍ସର୍ଗୀକୃତ ସେବା ପାଇଁ ତାଙ୍କ ଦୀର୍ଘ ନିରାମୟ ଜୀବନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ଅବସରରେ ସଂପାଦକଙ୍କର ୪ର୍ଥ ଭପନ୍ୟାସ 'ବହ୍ନିକନ୍ୟା :କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବାରିକ ଉନ୍ମୋଚନ କରିଥିଲେ । ଏଥି ସହିତ ସମାଜସେବୀ ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ରଙ୍କୁ ପରିବେଶ ମିତ୍ର ଭାବରେ ସମ୍ବର୍ଦ୍ଧିତ କରି ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ପ୍ରଦୀପ କୁମାର ମିଶ୍ର, ମମତା ମୟୀ ମିଶ୍ର, ସତ୍ୟ ନାରାୟଣ ନାୟକ, ଅଶୋକ କୁମାର ବାରିକ , ଶୁଭ ଲକ୍ଷ୍ମୀ ମିଶ୍ର ପ୍ରଭୃତି କବିତା ପାଠ କରିଥିଲେ । କଣ୍ଠଶିଳ୍ପୀ ରୁଦ୍ରମାଧବ ପ୍ରାରମ୍ଭିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ଦେବାଶିଷ ଖିଲାର ଅତିଥି ପରିଚୟ ଓ ଶୁବାଶିଷ ଖଲାର ଧନ୍ୟବାଦ ଅର୍ପଣ କରିଥିଲେ । ସଂପାଦକ ଶ୍ରୀଯୁକ୍ତ ଖିଲାରଙ୍କ ପୁତ୍ର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଖିଲାର , ପୁତ୍ରବଧୁ ବୀଣାପାଣି ଖିଲାର ଓ ନାତୁଣୀ ମାମୁନି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।