ପୁରା ଖବର ବିଷୟରେ



ରାୟଗଡ଼ ଜିଲ୍ଲା ସ୍ତରୀୟ ଇ_ଆଇନ୍ ସାକ୍ଷରତା ଉତ୍ସବ ଅନୁଷ୍ଠିତ

Sep 1 2021 8:33AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼: ରାୟଗଡ଼ ଜିଲ୍ଲା ସେବା ପ୍ରାଧିକରଣ ପକ୍ଷରୁ ଶୁକ୍ରବାର ଦିନ ଜିଲ୍ଲା ସ୍ତରୀୟ ଇ_ଆଇନ୍ ସାକ୍ଷରତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜର୍ଜ ତଥା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକଙ୍କ ଦିଗଦର୍ଶନ ରେ ଆୟୋଜିତ ଏହି ଅନଲାଇନ୍ ଜିଲ୍ଲା ସ୍ତରୀୟ ଆଇନ୍ ସାକ୍ଷରତା କାର୍ଯ୍ୟକ୍ରମ ରେ ୧୩ଟି ବିଦ୍ୟାଳୟ ନାଟକ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ । ପ୍ରବନ୍ଧ ପ୍ରତିଯୋଗିତାରେ ସେକ୍ରେଡ ହାର୍ଟ ସ୍କୁଲ ର ଛାତ୍ର ସାଇ ଆଶ୍ରିତା ସାମଲ ପ୍ରଥମ ସ୍ଥାନ , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛିନ୍ତ୍ର ଦିନେଶ କୁମାର କର ଦ୍ଵିତୀୟ ସ୍ଥାନ, ସେଣ୍ଟ ଜାଭିଅର ବିଦ୍ୟାଳୟ ର ଛାତ୍ର ସାଇ ଶିବାଂସି ସେନାପତି ତ୍ରୁତୀୟ ସ୍ଥାନ ଅଧିକାର କରିଛନ୍ତି, ଚିତ୍ରାଙ୍କନ ପ୍ରତିଯୋଗିତା ରେ ସେଣ୍ଟ ଜାଭିଅର ବିଦ୍ୟାଳୟ ର ଛାତ୍ର ସିଆ ଟଙ୍କ ପ୍ରଥମ ସ୍ଥାନ, ସରକାରୀ ଏସ.ଏସ.ଡି ହାଇସ୍କୁଲ ର ଛାନ୍ତ୍ରୀ ରେଣୁ ପୁଆଲ୍ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ଏବଂ ନାଟକ ପ୍ରତିଯୋଗିତାରେ ସେକ୍ରେଡ ହାର୍ଟ ବିଦ୍ୟାଳୟ ପ୍ରଥମ ସ୍ଥାନ, ସରକାରି ବାଳିକା ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ, ଗୋପବନ୍ଧୁ ହାଇସ୍କୁଲ ଚାନ୍ଦିଲି ତ୍ରୁତୀୟ ସ୍ଥାନ ଅଧିକାର କରିଛି । ପ୍ରତିଯୋଗିତା ରେ ଜିଲ୍ଲା ଆଇନସେବା ପ୍ରାଧିକରଣ ର ସଂପାଦକ ଶ୍ରୀ ମନୋରଞ୍ଜନ ମିଶ୍ର,ସିନିଅର ସିଭିଲ ଜର୍ଜ ଶ୍ରୀମତି ଶତରୂପା ଶତପଥି , ଲେଖକ ଓ ସ୍ତମ୍ଭକାର ଶ୍ରୀ ଦ୍ଵିତିଚନ୍ଦ୍ର ସାହୁ ଉପସ୍ଥିତ ଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ଏହି ସମସ୍ତ ଛାନ୍ତ୍ରୀ ମାନେ ବ୍ରହ୍ମପୁର ର ଆୟୋଜିତ ହେବାକୁ ଥିବା ଜୋନ ସ୍ତରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି ।