ପୁରା ଖବର ବିଷୟରେ



sub -ବେଆଇନ ଗୋରୁ ଵୋଝେଇ ପିକଅପ ଭ୍ୟାନ ଜଵତ

Oct 29 2019 2:06PM
ବେଆଇନ ଗୋରୁ ଵୋଝେଇ ପିକଅପ ଭ୍ୟାନ ଜଵତ ଭଦ୍ରକ,ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଟାଉନଥାନା ଅଧିନସ୍ଥ ମୋଟେଲ ଛକରୁ ଗୋରୁ ଵୋଝେଇ ପିକଅପ ଭ୍ୟାନ ଜଵତ। କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ଯୁବକ ମାନେ ଏହି ଗାଡିକୁ ଅଟକାଇଥିଲେ। ପରେ ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ସେଠାରେ ଟାଉନଥାନା ପୋଲିସ ପହଞ୍ଚିଥିଲା। ଗୋରୁ ଗୁଡିକୁ ଉଦ୍ଧାର କରିବା ସହ ଡ୍ରାଇଭର ଓ ଗାଡିକୁ ଅଟକ ରଖିଛି। ଗାଡିଟି ପାଣିକୋଇଲି ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସୂଚନା ମିଳିଛି। ଭଦ୍ରକ ରୁ ପ୍ରକାଶ ସ୍ୱାଇଁ କଂ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍