ପୁରା ଖବର ବିଷୟରେ



ଶିକ୍ଷୟିତ୍ରୀଙ୍କୁ ଟଙ୍କା ମାଗିବା ମାମଲାରେ ଜଣେ ଗିରଫ। ରାୟଗଡା: ନିଜକୁ ଜିଲ୍ଲା ଶିକ୍ଷା ଅଧିକାରୀ ପରିଚୟ ଦେଇ ଜଣେ ଶିକ୍ଷୟିତ୍ରୀଙ୍କଠାରୁ ଟଙ୍କା ମାଗିବା ଅଭିଯୋଗରେ ବିଷମକଟକ ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରିଛି । ସେ ହେଲେ ଭୀମ ଗାଣ୍ଟା । ତାଙ୍କ ଘର ରାୟଗଡା ଜିଲ୍ଲା ଚାନ୍ଦିଲୀ ଥାନା ଅର୍ନ୍ତଗତ ଖେଦାପଡା ଗ୍ରାମରେ । ଅଭିଯୋଗ ଅନୁଯାୟୀ, ଭୀମ ଗତ ୨୨ ତାରିଖରେ ବିଷମକଟକ ବ୍ଳକ୍‍ ସାନସାର୍ଥେଲୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ନିଜକୁ ଶିକ୍ଷା ବିଭାଗର ଅଧିକାରୀ ବୋଲି ପରିଚୟ ଦେଇଥିଲେ । ସ୍କୁଲରେ ବିଭିନ୍ନ ଅନିୟମିତତା ହୋଇଛି ବୋଲି କହିଥିଲେ । ରିପୋର୍ଟ ନ କରିବା ପାଇଁ ଜଣେ ଶିକ୍ଷୟିତ୍ରୀଙ୍କୁ ୬ ହଜାର ଟଙ୍କା ଦାବି କରିଥିଲେ । ଏ ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇ କହିବି, ଆପଣ ଆସନ୍ତାକାଲି ଆସନ୍ତୁ ବୋଲି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଶିକ୍ଷୟିତ୍ରୀ ଜଣକ କହିଥିଲେ । ଅନୁସନ୍ଧାନ ପରେ ବ୍ୟକ୍ତି ଜଣକ ଜିଲ୍ଲା ଶିକ୍ଷାଧିକାରୀ ନୁହଁନ୍ତି ବୋଲି ଜାଣିବା ପରେ ଶିକ୍ଷୟିତ୍ରୀ ଘଟଣା ସମ୍ପର୍କରେ ବିଷମକଟକ ଥାନାରେ ସୂଚନା ଦେଇଥିଲେ । ଖବର ପାଇ ବିଷମକଟକ ପୋଲିସ ସମ୍ପୃକ୍ତ ବ୍ୟକ୍ତିକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ଜାଲ୍‍ ପରିଚୟ ଦେଇ ଟଙ୍କା ଆଦାୟ କରୁଥିବା ଜାଣିବାକୁ ପାଇଥିଲେ । ଏ ଘଟଣାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦଣ୍ଡାସୀ ପିରିବାକା ବିଷମକଟକ ଥାନରେ ଏକ ଲିଖିତ ଏତଲା ଦେଇଥିଲେ । ପୁଲିସ ଭୀମକୁ ଗିରଫ କରିଛି । ଅଭିଯୁକ୍ତ ଭୀମକୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ବିଷମକଟକ ଏସ୍‍ଡିପିଓ ଚନ୍ଦ୍ରଶେଖର ହୋତା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Oct 25 2019 8:03PM
ଶିକ୍ଷୟିତ୍ରୀଙ୍କୁ ଟଙ୍କା ମାଗିବା ମାମଲାରେ ଜଣେ ଗିରଫ। ରାୟଗଡା, ୨୫/୧୦/୧୯ (ରାୟଗଡ଼ା ରୁ ତୁଷାର ରଞ୍ଜନ ସାହୁ) : ନିଜକୁ ଜିଲ୍ଲା ଶିକ୍ଷା ଅଧିକାରୀ ପରିଚୟ ଦେଇ ଜଣେ ଶିକ୍ଷୟିତ୍ରୀଙ୍କଠାରୁ ଟଙ୍କା ମାଗିବା ଅଭିଯୋଗରେ ବିଷମକଟକ ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରିଛି । ସେ ହେଲେ ଭୀମ ଗାଣ୍ଟା । ତାଙ୍କ ଘର ରାୟଗଡା ଜିଲ୍ଲା ଚାନ୍ଦିଲୀ ଥାନା ଅର୍ନ୍ତଗତ ଖେଦାପଡା ଗ୍ରାମରେ । ଅଭିଯୋଗ ଅନୁଯାୟୀ, ଭୀମ ଗତ ୨୨ ତାରିଖରେ ବିଷମକଟକ ବ୍ଳକ୍‍ ସାନସାର୍ଥେଲୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ନିଜକୁ ଶିକ୍ଷା ବିଭାଗର ଅଧିକାରୀ ବୋଲି ପରିଚୟ ଦେଇଥିଲେ । ସ୍କୁଲରେ ବିଭିନ୍ନ ଅନିୟମିତତା ହୋଇଛି ବୋଲି କହିଥିଲେ । ରିପୋର୍ଟ ନ କରିବା ପାଇଁ ଜଣେ ଶିକ୍ଷୟିତ୍ରୀଙ୍କୁ ୬ ହଜାର ଟଙ୍କା ଦାବି କରିଥିଲେ । ଏ ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇ କହିବି, ଆପଣ ଆସନ୍ତାକାଲି ଆସନ୍ତୁ ବୋଲି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଶିକ୍ଷୟିତ୍ରୀ ଜଣକ କହିଥିଲେ । ଅନୁସନ୍ଧାନ ପରେ ବ୍ୟକ୍ତି ଜଣକ ଜିଲ୍ଲା ଶିକ୍ଷାଧିକାରୀ ନୁହଁନ୍ତି ବୋଲି ଜାଣିବା ପରେ ଶିକ୍ଷୟିତ୍ରୀ ଘଟଣା ସମ୍ପର୍କରେ ବିଷମକଟକ ଥାନାରେ ସୂଚନା ଦେଇଥିଲେ । ଖବର ପାଇ ବିଷମକଟକ ପୋଲିସ ସମ୍ପୃକ୍ତ ବ୍ୟକ୍ତିକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ଜାଲ୍‍ ପରିଚୟ ଦେଇ ଟଙ୍କା ଆଦାୟ କରୁଥିବା ଜାଣିବାକୁ ପାଇଥିଲେ । ଏ ଘଟଣାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦଣ୍ଡାସୀ ପିରିବାକା ବିଷମକଟକ ଥାନରେ ଏକ ଲିଖିତ ଏତଲା ଦେଇଥିଲେ । ପୁଲିସ ଭୀମକୁ ଗିରଫ କରିଛି । ଅଭିଯୁକ୍ତ ଭୀମକୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ବିଷମକଟକ ଏସ୍‍ଡିପିଓ ଚନ୍ଦ୍ରଶେଖର ହୋତା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।