ପୁରା ଖବର ବିଷୟରେ



ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ସଫଳ ଆୟୋଜନ ପାଇଁ ଓଡ଼ିଶାକୁ ମିଳିଛି ସ୍ୱତନ୍ତ୍ର ପୁରସ୍କାର

Mar 17 2019
ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ର ସଫଳ ଆୟୋଜନ ପାଇଁ ଓଡ଼ିଶାକୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ମିଳିଛି । ଏହା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗତ ଜୁଲାଇ ମାସରେ ଅନୁଷ୍ଠିତ ହେଇଥିଲା। ଦିଲ୍ଲୀରେ ଅନୁଷ୍ଠିତ ଅର୍ଜୁନ ପୁରସ୍କାର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ବହୁ କମ ସମୟ ମଧ୍ୟରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ ବେଶ୍‌ ସୁରୁଖୁରୁରେ ହୋଇପାରିଥିବାରୁ ବିଭିନ୍ନ ଆଡୁ ଅନେକ ପ୍ରଶଂସା ମିଳିଥିଲା । ଏହାସହ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିଥିବାରୁ ଓଡ଼ିଶାକୁ ମିଳିଛି ସ୍ୱତନ୍ତ୍ର ପୁରସ୍କାର।