ପୁରା ଖବର ବିଷୟରେ



ଡାକ୍ତର ଦାମୋଦର ରାଉତ ବି‌ଜେପିରେ ସାମିଲ ହେବା ପରେ ପୁଅ ସମ୍ବିତଙ୍କ ରାଉତରାୟ ତୀବ୍ର ପ୍ରତିକ୍ରିୟା

Mar 17 2019
ଡାକ୍ତର ଦାମୋଦର ରାଉତ ବି‌ଜେପିରେ ସାମିଲ ହେବା ପରେ ପୁଅ ସମ୍ବିତଙ୍କ ରାଉତରାୟ ତୀବ୍ର ପ୍ରତିକ୍ରିୟା ରଖି କହିଲେ ବାପାଙ୍କ ସହ ଲଢ଼ିବାକୁ ମୁଁ ପ୍ରସ୍ତୁତ ଅଛି ପାରାଦୀପ : ପୂର୍ବତନ ବରିଷ୍ଠ ବିଜେଡି ନେତା ଡାକ୍ତର ଦାେମାଦର ରାଉତ ବି‌ଜେପିରେ ସାମିଲ ହେବା କ୍ଷଣି ପୁଅ ସମ୍ବିତ ରାଉତରାୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଡାକ୍ତର ରାଉତ ଯଦି ବିଜେପିରୁ ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କ ବିରୋଧରେ ସେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଯେ, ‘ଡାକ୍ତର ରାଉତ ବିଜେପିରେ ମିଶିଲେ ମୋର କିଛି ଫରକ ପଡ଼ିବ ନାହିଁ। ପରିବାର ଓ ରାଜନୀତି, ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ। ମୁଁ ମୋ ଦଳ-ବିଜେଡି ସହ ରହିଛି ଓ ଶେଷ ପର୍ଯ୍ୟନ୍ତ ରହିବି। ଯଦି ମୋତେ ଦଳ ପାରାଦୀପରୁ ବିଧାନସଭା ପାଇଁ ପ୍ରାର୍ଥୀ କରେ ଓ ବାପା ବିଜେପିର ପ୍ରାର୍ଥୀ ହୁଅନ୍ତି, ତେବେ ମୁଁ ତାଙ୍କ ସହ ଲଢେ଼ଇ କରିବା ପାଇଁ ପ୍ରସ୍ତୁତ ଅଛି। ସମୟକୁ ଅପେକ୍ଷା କରିଛି। ଦଳର ନିଷ୍ପତ୍ତିକୁ ସମ୍ମାନର ସହ ଗ୍ରହଣ କରିବି’ ବୋଲି ସମ୍ବିତ କହିଛନ୍ତି। ସମ୍ବିତଙ୍କ ଏଭଳି ପ୍ରତିକ୍ରିୟା ଏବେ ବାପ-ପୁଅ ଲଢେଇ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି। ପାର୍ଥସାରଥି ପଣ୍ଡାଙ୍କ ରିପୋର୍ଟ "ନୂତନ ଓଡ଼ିଶା"