ପୁରା ଖବର ବିଷୟରେ



ଜଳିଗଲା ବରଯାତ୍ରୀ ବସ୍ ଜଣେ ଯୁବକ ମୃତ

Mar 17 2019
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାଫୁର ଅଞ୍ଚଳରେ ଏକ ବରଯାତ୍ରୀ ବସ୍ ଜଳିଯାଇଛି ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି, ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ ଗାଡିଟି ବରଯାତ୍ରୀରୁ ଫେରିବା ପରେ ଗାଡିରେ ନିଆଁ ଲାଗି ଥିବା ସୂଚନା ମିଳିଛି, ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ, ଘଟଣା ସ୍ଥଳରେ ଘଟଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି , ସୂଚନା ଯୋଗ୍ୟ ଯେ ଗତକାଲି ବରଯାତ୍ରୀରେ ଯୋଗ ଦେବାକୁ ସାନ୍ତରାପୁର ରୁ କେନ୍ଦେଇପୋଷି ଯାଇଥିଲା ଗାଡି, ସେଥିରେ ମୋଟ 28 ଜଣ ବରଯାତ୍ରୀ ଥିଲେ, ତେବେ ବାହାଘର ସାରି ରାତିରେ ଫେରିବା ପରେ ସମସ୍ତେ ନିଜ ନିଜ ଘରକୁ ଯାଇଥିଲେ , ହେଲେ ଜଣେ ଯୁବକ ଗାଡିରେ ହିଁ ଶୋଇ ପଡିଥିଲେ, ରାତିରେ ହଠାତ୍ ଗାଡିରେ ନିଆଁ ଲାଗି ଯାଇଥିଲା, ନିଆଁ ରେ ପୋଡି ହୋଇ ଯୁବକଙ୍କ ମୃତ୍ୟୁ ଘଟିଛି । କେନ୍ଦୁଝର ରୁ ଲକ୍ଷ୍ମଣ କୁମାର ବେହେରା କଂ ରିପୋର୍ଟ "ନୂତନ ଓଡ଼ିଶା"