ପୁରା ଖବର ବିଷୟରେ



ନବରଙ୍ଗପୁର ବିଜେଡି ସାଂସଦ ବିଜେପିରେ ଯୋଗ ଦାନ

Mar 17 2019
ନବରଙ୍ଗପୁର : ବିଜେପିରେ ଯୋଗ ଦେଲେ ବିଜେଡି ସାଂସଦ ବଳଭଦ୍ର ମାଝୀ । ବଳଭଦ୍ର ମାଝୀ ଯୋଗ ଦେବା ପରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଆଦିବାସୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ନବରଙ୍ଗପୁରରେ ବିଗତ ୫ ବର୍ଷରେ ଯାହା ଉନ୍ନତି ହୋଇଛି ସବୁ କେନ୍ଦ୍ରୀୟ ଯୋଜନା ଯୋଗୁଁ ହୋଇଛି । ନବରଙ୍ଗପୁରରେ ଆଦିବାସୀଙ୍କ ବିକାଶ କରିବାରେ ରାଜ୍ୟ ସରକାରଙ୍କ ଯୋଜନା ବିଫଳ ହୋଇଛି ବୋଲି ସାଂସଦ ବଳଭଦ୍ର ମାଝୀ କହିଛନ୍ତି । ଦେଢ ବର୍ଷ ହେଲା ବିଜେଡିରେ ତାଙ୍କୁ ଅଣଦେଖା କରାଯାଇଆସୁଥିଲା । ବିଜେଡିର ନୂଆ ପର୍ଯ୍ୟବେକ୍ଷକ ଆସିବା ଦିନଠୁ ତାଙ୍କୁ ସବୁ କାର୍ଯ୍ୟାକ୍ରମରୁ ବଞ୍ଚିତ କରାଯାଇଥିଲା । ଏମିତିକି ସରକାରୀ କାର୍ଯ୍ୟକ୍ରମକୁ ଡକାଯାଉନଥିବା ବଳଭଦ୍ର ଅଭିଯୋଗ କରିଛନ୍ତି । ସାଂସଦ ପାଣ୍ଠିର ସମ୍ପୂର୍ଣ୍ଣ ଅର୍ଥରାଶିକୁ ବିନିଯୋଗ ପାଇଁ ଦେଇଥିଲେ ମଧ୍ୟ କାମ କରାଯାଉନଥିଲା କିମ୍ବା ବିନିଯୋଗ ପତ୍ର ଦିଆଯାଉନଥିଲା । କିଛି ନେତା ଓ ଅଫିସର ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖିଛନ୍ତି । ସେପଟେ ବଳଭଦ୍ରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ରମେଶ ମାଝି । ତାକଂ କହିବା କଥା ବଳଭଦ୍ର ୫ ବର୍ଷ ସାଂସଦ ଥିଲେ । ୫ ବର୍ଷ ଭିତରେ ତାଙ୍କୁ ଜନ ସମର୍ଥନ ମିଳିଲାନି । ଏଥିରେ ଦଳର କଣ ଭୁଲଅଛି ? ଦିନେ ବିଜେପିକୁ ଭାରତୀୟ ଜୁମୁଲା ଦଳ କହୁଥିବା ବଳଭଦ୍ର ଏବେ କେମିତି ସେ ଦଳରେ ମିଶା ଗୁଣଗାନ କରୁଛନ୍ତି ବୋଲି ବଳଭଦ୍ର ପ୍ରଶ୍ନ କରିଛନ୍ତି । ପାର୍ଥସାରଥି ପଣ୍ଡାଙ୍କ ରିପୋର୍ଟ "ନୂତନ ଓଡ଼ିଶା"