ପୁରା ଖବର ବିଷୟରେ



ପିପିଲି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

Dec 27 2019
ପିପିଲି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ପରେ ଏପରି ପ୍ରତିକ୍ରିୟା ରଖିଲେ ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ ପିପିଲି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ । ସେ କହିଛନ୍ତି, ୭୫ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରି ବିଚରପତି ରାୟ ଶୁଣାଇଛନ୍ତି । ପୀଡ଼ିତାଙ୍କ ପରିବାରକୁ ନ୍ୟାୟ କି ଅନ୍ୟାୟ ମିଳିଛି ମୁଁ ଜାଣିନି । ସେ ସମୟରେ ମୁଁ ଇସ୍ତଫା ଦେଇଥିଲି। ବର୍ତମାନ କ୍ଷୀର ପାଣି ଅଲଗା ହୋଇଛି । ସତ୍ୟର ଜୟ ହୋଇଛି । କେମିତି (ବେବିନା)ପୀଡିତାର ମୃତ୍ୟୁ ଘଟିଛି, ସେ କଥା ପୋଲିସ ଖୋଜିବ । ପୀଡିତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି। ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପ୍ରମାଣ ଅଭାବରୁ ଦୁଇଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ଏହା ପରେ ଏବେ ପ୍ରଶ୍ନ ଉଠୁଛି, ଯଦି ଅପରାଧୀ ନିର୍ଦ୍ଦୋଷ ତେବେ ପୀଡ଼ିତାଙ୍କୁ ମାରିଲା କିଏ? ସେ ମଲେ କେମିତି ? ଆଉ ପୀଡିତାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ସବୁଠାରୁ ବଡ କଥା ହେଲା, ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ବା ସାକ୍ଷୀ ନଥିଲେ । କ୍ରାଇମବ୍ରାଞ୍ଚ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମର କୌଣସି ପ୍ରମାଣ କୋର୍ଟରେ ଉପସ୍ଥାପନ କରିପାରି ନଥିଲା । ଫଳରେ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୧୧ ମସିହା ନଭେମ୍ବର ୨୯ ତାରିଖରେ ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରୁ ଆସିଥିଲା ଏହି ଗଣଦୁଷ୍କର୍ମ ଅଭିଯୋଗ । କିଛି ଦିନ ଡାକ୍ତରଖାନାରେ ସଂଘର୍ଷ ପରେ ପ୍ରାଣ ହରାଇଥିଲେ ପୀଡିତା (ବେବିନା)। ସେହି ସମୟରେ ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ପିପିଲି ଗଣଦୁଷ୍କର୍ମ ମାମଲାର ସେ ସମୟରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଏବେ କୋର୍ଟଙ୍କ ରାୟ ପରେ କ୍ରାଇମବ୍ରାଞ୍ଚର ତଦନ୍ତ ନେଇ ପ୍ରଶ୍ନ ଉଠିଛି । ବଡ ଘଟଣାକୁ କ୍ରାଇମବ୍ରାଞ୍ଚ କିଭଳି ହାଲୁକା ଭାବେ ନେଲା ସେ ନେଇ ବି ସନ୍ଦେହ ସୃଷ୍ଟି ହୋଇଛିି । ଗତକାଲି ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ ନିର୍ଦ୍ଦୋଷରେ ଖଲାସ କରିଥିଲେ ।