ପୁରା ଖବର ବିଷୟରେ



ସହମତି ଭିତିରେ ଶବ ସତ୍କାର ନେଇ ସହଯୋଗ ପାଇଁ ବୈଠକରେ ନିବେଦନ କଲେ ଉପଜିଲ୍ଲାପାଳ l

May 7 2021 8:45AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ମହାମାରୀ କରୋନାରେ ରୋଗୀର ମୃତ୍ୟ ପରେ ସେହି ଶବକୁ ସମ୍ମାନର ସହ ସହମତି ଭିତିରେ ସତ୍କାର କରିବା ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଗତକାଲି ତା 6/05/21ରିଖରେ ନିଜ କାର୍ଯ୍ୟାଳୟରେ ଏକ ବୈଠକ ଡାକିଥିଲେ l ଏହି ବୈଠକରେ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କୁ ନେଇ ଆଲୋଚନା କରାଯାଇଥିଲା l ଏଥିରେ ମୁଖ୍ୟତଃ କୋଭିଡ ରୋଗୀଙ୍କ ଶବର ସତ୍କାର କରିବାରେ ବିବାଦ ଉପୁଜୁଥିବାରୁ ଏହାକୁ କିଭଳି ସହମତି ଭିତିରେ ମଶାଣିରେ ଦlହକରାଯିବ ସେନେଇ ଆଲୋଚନା ହୋଇଥିଲା l କୋଭିଡ ରୋଗୀଙ୍କ ଶବକୁ ପ୍ରଶାସନ ପକ୍ଷରୁ ସତ୍କାର କରୁଥିବାରୁ ଏହାକୁ ନେଇ ଶାନ୍ତି ପୂର୍ଣ ସମାଧାନ ନେଇ ଆଲୋଚନା କରିଥିଲେ l ଏହି ବୈଠକର ସର୍ବସମ୍ମତି ଅନୁଯାୟୀ ସହରର ବ୍ରlହ୍ମଣ ସlହି,ଶିରୀଗୁଡା ଓ କତୁରାଗାଁ ମଶାଣିରେ ସତ୍କାର କଲେ ସେହି ଗାଁର ଗ୍ରାମବାସୀଙ୍କୁ ସହିତ ଆଲୋଚନା ମାଧ୍ୟମରେ ସଚେତନତା କରାଯିବ l ସେଥିନିମନ୍ତେ ଡାକ୍ତର, ପୋଲିସ ଓ ରାଜସ୍ୱ ବିଭାଗର ଅଧିକାରୀ ଓ ପୌର କର୍ମଚାରୀ ଯାଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବl ନିମନ୍ତେ ନିଷ୍ପତି ନିଆଯାଇଛି l ସେ ନେଇ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣେ ଡାକ୍ତରଙ୍କୁ ସଚେତନ ନିମନ୍ତେ ନିୟୋଜିତ କରିବl ନିମନ୍ତେ ଅନୁରୋଧ କରିବେ l ସେହି ଅନୁଯାଇ ପର୍ଯ୍ୟକ୍ରମେ ଏହି ତିନୋଟି ମଶାଣିରେ ଶବ ସତ୍କାର କରାଯିବ ବୋଲି ମତ ପ୍ରକାଶ କରିଥିଲେ l ସେଥିପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ନିମନ୍ତେ ସ୍ଥିର କରାଯାଇଛି l ଶବ ସତ୍କାର ନିମନ୍ତେ ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କଲେ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ l ଏହି ବୈଠକରେ ଜିଲ୍ଲା କଂଗ୍ରେସର ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ସୁନୀଲ ଚଦ୍ର ପଣ୍ଡା, ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ବସନ୍ତ ଉଲାକା, ଶ୍ୟାମ ଦାଶ,ସ୍ପେସିଆଲ ପିପି ତଥା ଆଇନୀଜୀବୀ ବ୍ରଜ ସୁନ୍ଦର ନାୟକ,ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଵି. ତିରୁପତି ପ୍ରମୁଖ ଯୋଗଦାନ କରି ମତାମତ ପ୍ରଦାନ କରିଥିଲେ l