ପୁରା ଖବର ବିଷୟରେ



ଅସହାୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି ଅସୁସ୍ଥ ମାଆ ଓ ପୁଅ #ଅର୍ଥ_ସାଜିଛି_ବାଧକ |

May 5 2021 7:46PM
(ଭଦ୍ରକ ର ପ୍ରକାସ ସ୍ୱାଇଁ କଂ ରିପୋର୍ଟ) ଭଦ୍ରକ: ଅସହାୟ ପୁଅ ରାଜେନ୍ଦ୍ର ଗୋଛାୟତ ପାରାଲିସ୍ ରୋଗରେ ଆକ୍ରାନ୍ତ ହୋଇ ପଡିଥିବା ବେଳେ ୭୦ ବର୍ଷୀୟ ମାଆ ମଲି ଗୋଛାୟତ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି , ଦୁଇ ଅଳି ଭଲରେ ଖାଇ ନପାରୁଥିବା ମାଆ କାନ୍ଧରେ ପଡ଼ିରହିଛି ପାଟି ଖୋଲି ନପାରୁଥିବା ରୋଜଗାରିଆ ପୁଅ | ଭଦ୍ରକ ପୋୖରାଞ୍ଚଳ ୨୫ନଂ ୱାର୍ଡ କାରୁଆସାହି ଗ୍ରାମର ଦିନମଜୁରିଆ ରାଜେନ୍ଦ୍ର ଗୋଛାୟତ ବୟସ ୫୩ ଆଜିକୁ ୩ମାସ ତଳେ ହଟାତ ତଳେ ପଡି ମୁଣ୍ଡମାଡ ହୋଇଥିଲା ଗ୍ରାମବାସୀ ଙ୍କ ସହଯୋଗ ରେ କଟକ ବଡ ମେଡିକାଲ ରେ ଚିକିତ୍ସିତ ହେଉଥିଲେ ଅର୍ଥ ଅଭାବ ରୁ ଭଦ୍ରକ ମେଡିକାଲ ଫେରିଥିଲେ ପରେ ପରେ ଶରୀର ୫୦ ଭାଗ ଅଙ୍ଗ ଅଚଳ ହୋଇପଡ଼ିଥିଲା | ଏବେ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି ଅର୍ଥ ଅଭାବରୁ ଔଷଧ କିଣି ପାରୁନାହାନ୍ତି , ଏହି ପରିପେକ୍ଷୀରେ ତାଙ୍କ ମାଆ #ଗ୍ରାମବାସୀଙ୍କ_ସହାୟତା ରେ ନିଜ ପେଟପୋଷିବା ସହ ପୁଅର ଔଷଧ ଖର୍ଚ ବହନ କରିବା କଷ୍ଟକର ହେଇପଡୁଛି ସରକାରୀ ସହାୟତା କହିଲେ ମାର ବାଦ୍ଧକ୍ୟ ଭତ୍ତା ୫୦୦ ଓ ୧୦ କେଜି ଚାଉଳ ଏତିକିରେ ଚଳିବା ସମ୍ଭବ ନୁହଁ | ସରକାରୀ ସହାୟତା ବାଃ କୌଣସି ସାମାଜିକ ଅନୁଷ୍ଠାନରୁ ସାହାଯ୍ୟ ମିଳିପାରିଲେ ତାଙ୍କ ପୁଅ ସୁସ୍ତ ହୋଇ ଫେରିବେ ବୋଲି ମାଆ ମଲି ଗୋଛାୟତ ଙ୍କ ଆକୁଳ ନିବେଦନ | ପରିବାର ବୁଝାଇଲେ ମାଆ ପୁଅ ଦୁଇଜଣ ରାଜେନ୍ଦ୍ରଙ୍କ ସ୍ତ୍ରୀ ଆଜକୁ ୨୦ବର୍ଷ ତଳେ ଛାଡି ଅନ୍ୟଆଡ଼େ ରହୁଛନ୍ତି ଅସହାୟ ମାଆ ପୁଅଙ୍କୁ ଦଇବ ସାହା | ଆପଣ ସହଯୋଗ ର ହାତ ବଢେଇବାକୁ ଚାହୁଁଥିଲେ ସ୍ଥାନୀୟ ଯୁବକ ପ୍ରଦୀପ ଘୋଡେଇ ଙ୍କୁ ଯୋଗାଯୋଗ କପାରନ୍ତି ନଂ:- 9348324900