ପୁରା ଖବର ବିଷୟରେ



କରୋନାର ନୂଆ ଷ୍ଟ୍ରେନ ଲକ୍ଷଣ ପରେ ଓଡିଶା-ଆନ୍ଧ୍ର ସୀମାନ୍ତ ରାୟଗଡ ଜିଲ୍ଳାର ସମସ୍ତ ପ୍ରବେଶ ପଥରେ ସିଲ କରାଯାଇ କଡାକଡି ଯାଚଂ ଚାଲିଛି l

May 5 2021 7:37PM
(ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ପଡୋଶୀ ଆନ୍ଧ୍ର ଓ ତେଲଙ୍ଗାନାରେ ଦେଖାଦେଇଥିବା ମହାମାରୀ କରୋନାର ନୂଆ ଷ୍ଟ୍ରେନ ଆହୁରି ମାରାତ୍ମକ ହୋଇଥିବା ନେଇ ଖବର ଜଣାପଡିବା ପରେ କରୋନା ସଂକ୍ରମଣ ଆହୁରି ବ୍ୟାପିବା ଆଶଙ୍କା କରି ଆଗୁଆ ପଦକ୍ଷେପ ସ୍ୱରୂପ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଳାବାସୀଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଓଡିଶା-ଆନ୍ଧ୍ର ସୀମାନ୍ତ ରାୟଗଡ ଜିଲ୍ଳାର ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥ ଓ ସ୍ଥାନୀୟ ରାସ୍ତାରେ ବୋର୍ଡର ଚେକ୍ ପଂଏଟ୍ ନିର୍ମାଣ କରି ଆନ୍ଧ୍ର ଓ ତେଲଙ୍ଗାନା ରାଜ୍ୟରୁ ଅବାଧରେ ପ୍ରବେଶ କରୁଥିବା ଲୋକଙ୍କୁ କଡାକଡି ଯାଂଚ କରିବା ସହ ସେମାନଙ୍କ ଟୀକାକରଣ ପଂଜୀକରଣ ତଥ୍ୟ ଯାଂଚ କରାଯିବା ସହ ସେମାନେ ୧୪ଦିନିଆ କ୍ୱାରେନଟାଇନରେ ରହିବା ବାଧ୍ୟତାମୂଳକ ବୋଲି ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିନିମନ୍ତେ ରାୟଗଡ ଜିଲ୍ଳାର ଆନ୍ଧ୍ର ସୀମାନ୍ତ ରାୟଗଡ ବ୍ଳକର ମିରାବାଲି ଗ୍ରାମ ପଂଚାୟତର ସାନସାନ୍ଧୁବାଡି ଓ ରେଙ୍ଗାଲପାଡୁ ,ବୈରାଗୀହାଲୁଆ ପଂଚାୟତର ସାନଲୁକୁଟି,ଗାଜ