ପୁରା ଖବର ବିଷୟରେ



ରାୟଗଡ଼ା ର ୬୧ଜଣ ପ୍ରମୁଖ କୋଭିଡ ଯୋଦ୍ଧା ସାମ୍ବାଦିକଙ୍କୁ ପ୍ରଥମ ପର୍ଯ୍ୟାୟରେ ହେଲା ଟୀକାକରଣ

May 4 2021 4:33PM
(ରାୟଗଡ଼ାରୁ ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) କୋଭିଡ ମହାମାରୀ ସମୟରେ ସାମ୍ବାଦିକମାନେ ନିରବିଚ୍ଛନ ଭାବେ ଖବର ପ୍ରସାରଣ କରିବା ସହ କରୋନା ସଂପର୍କରେ ରାଜ୍ୟବାସୀଙ୍କ ନିକଟରେ ଖବର ପଂହଚାଇ ଲୋକଙ୍କୁ ସଚେତନ କରାଇଥିବାରୁ କୋଭିଡ ବିରୋଧୀ ଲଢେଇରେ ସରକାରଙ୍କ ପାଇଁ ଖୁବ୍ ଉପଯୋଗୀ ସାବସ୍ତ୍ୟ ହୋଇଥିଲା । ଯାହାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ ପ୍ରମୁଖ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିବା ପରେ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିବା ସାମ୍ବାଦିକମାନଙ୍କ ପାଇଁ ଟୀକାକରଣର ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାୟଗଡ ଜିଲ୍ଳାର ସମସ୍ତ ସାମ୍ବାଦିକମାନଙ୍କ ପକ୍ଷରୁ କୃତଞତା ଜଣାଯାଇଛି । ଆଜି ରାୟଗଡ ଜିଲ୍ଳା ପ୍ରଶାସନର ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ ସୈାଜନ୍ୟତା ଏବଂ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ଦ୍ୱାରା ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ କୋଭିଡ-୧୯ ପ୍ରମୁଖ ଯୋଦ୍ଧା ଗଣମାଧ୍ୟମ ପ୍ରତିିନିଧିଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର,ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା,ପିଡି-ଡିଆରଡିଏ ମହଶ୍ୱେର ଚନ୍ଦ୍ର ନାୟକ ପ୍ରମୁଖ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କୋଭିଡ-୧୯ ନିର୍ଦ୍ଦେଶାବଳୀକୁ ପାଳନ କରି ଶୃଙ୍ଖଳିତ ଭାବେ ପ୍ରଥମ ପର୍ଯ୍ୟାୟରେ ୬୧ଜଣ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟୀକାକରଣ କରିଥିଲେ । ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ଗ୍ରନ୍ଥାଗାରିକ ଡମ୍ବୁରୁଧର ପଣ୍ଡା ଟୀକାକରଣ ପାଇଁ ସାମ୍ବାଦିକଙ୍କ ନିମନ୍ତେ ଉଦ୍ଦିଷ୍ଟ ଫର୍ମକୁ ଗ୍ରହଣ କରିବା ପରେ ଡାଟା ଏଂଟ୍ରି ଅପରେଟର ଲିଲି ପାଲକା ଓ ସିରିପୁରମ୍ ଅମାନୀ ଫର୍ମରେ ଥିବା ତଥ୍ୟକୁ କୋଭିନ୍ ୱେବ ସାଇଟରେ ପଂଜୀକୃତ କରିବା ପରେ ଷ୍ଟାଫ୍ ନର୍ସ ଗୈାତମୀ ନାଏକ କୋଭାସିଲଡ୍ ଟୀକା ପ୍ରଦାନ କରିଥିଲେ । ସେହିପରି ସହକାରୀ ପ୍ରଗ୍ରାମ ମ୍ୟନେଜର କିରଣ କୁମାର ପାତ୍ର,ର୍ଫମାସିଷ୍ଟ ଦିଲିପ କୁମାର ବେହେରାଙ୍କ ତତ୍ୱାବଧାନରେ ସାମ୍ବାଦିକମାନେ ଟୀକା ନେବାର ଅଧଘଂଟା ପର୍ଯ୍ୟନ୍ତ ଅବଲୋକନରେ ରହିଥିଲେ । ରାୟଗଡ ଜିଲ୍ଳାରେ ମଧ୍ୟ ପ୍ରମୁଖ କରୋନା ଯୋଦ୍ଧା ଭାବେ ସାମ୍ବାଦିକମାନଙ୍କୁ ଟୀକାକରଣ କାର୍ଯ୍ୟକ୍ରମ କରାଯାଇଥିବାରୁ ଖୁସି ବ୍ୟକ୍ତ କରିବା ସହ ଜିଲ୍ଳାବାସୀଙ୍କୁ କୋଭିିଡ ସଂପର୍କୀତ ଖବର ମାଧ୍ୟମରେ ସଚେତନ କରାଉଥିବାରୁ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ମଧ୍ୟ ଅତି ଜରୁରୀ ଥିଲା ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର ଏବଂ ଏସପି ଶ୍ରୀ ଶର୍ମା ପ୍ରକାଶ କରିଥିଲେ । ପର୍ଯ୍ୟାୟ କ୍ରମେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅର୍ନ୍ତଭୁକ୍ତ ଜିଲ୍ଳାର ସମସ୍ତ ବ୍ଳକରେ କାର୍ଯ୍ୟରତ ଖବରଦାତାମାନଙ୍କୁ ମଧ୍ୟ ଟୀକାକରଣ କରାଯିବ । ସେହିପରି ଆଜି ଅପରାହ୍ନରେ ଗୁଣପୁର ଉପଖଣ୍ଡ ଠାରେ ମଧ୍ୟ କାର୍ଯ୍ୟରତ ସାମ୍ବାଦିକମାନଙ୍କ ନିମେନ୍ତ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।